ଆପଣଙ୍କ ଆଧାର କାର୍ଡ ହଜି ଯାଇଛି କି? ଚିନ୍ତା କରନ୍ତୁ ନାହିଁ, ଏହିପରି ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ବିନା ଡାଉନଲୋଡ୍ କରନ୍ତୁ Aadhaar
Advertisement
trendingNow11372970

ଆପଣଙ୍କ ଆଧାର କାର୍ଡ ହଜି ଯାଇଛି କି? ଚିନ୍ତା କରନ୍ତୁ ନାହିଁ, ଏହିପରି ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ବିନା ଡାଉନଲୋଡ୍ କରନ୍ତୁ Aadhaar

Aadhaar Card Recover: ଆଜି ଆମେ ଆପଣଙ୍କୁ ଏପରି କିଛି ପଦକ୍ଷେପ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ରେଜିଷ୍ଟର୍ଡ ବା ପଞ୍ଜୀକୃତ ମୋବାଇଲ ନମ୍ବର ବିନା ଆଧାର କାର୍ଡ (Aadhaar Card) ଡାଉନଲୋଡ୍ କରିପାରିବେ । 

ଆପଣଙ୍କ ଆଧାର କାର୍ଡ ହଜି ଯାଇଛି କି? ଚିନ୍ତା କରନ୍ତୁ ନାହିଁ, ଏହିପରି ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ବିନା ଡାଉନଲୋଡ୍ କରନ୍ତୁ Aadhaar

ନୂଆଦିଲ୍ଲୀ: Aadhaar Card Recover without Registered Mobile Number: ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ (Important Document) ।  ଆମକୁ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ କିମ୍ବା ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଧାର କାର୍ଡ (Aadhaar Card) ର ଆବଶ୍ୟକତା ରହିଥାଏ । କିନ୍ତୁ, ଆଧାର କାର୍ଡ ହଜିଯିବା ପରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେଣୁ, ଅନଲାଇନ୍ (Online Aadhaar Download) ଓ ଅଫଲାଇନ୍ ଆଧାର (Offline Aadhaar Download) ର ଆକ୍ସେସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ।

ଆଜି ଆମେ ଆପଣଙ୍କୁ ଏପରି କିଛି ପଦକ୍ଷେପ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ରେଜିଷ୍ଟର୍ଡ ବା ପଞ୍ଜୀକୃତ ମୋବାଇଲ ନମ୍ବର ବିନା ଆଧାର କାର୍ଡ (Aadhaar Card) ଡାଉନଲୋଡ୍ କରିପାରିବେ । ଏଠାରେ କହି ରଖୁଛୁ ଯେ, ଆଧାର କାର୍ଡ (Aadhaar Card) ପ୍ରଦାନକାରୀ କମ୍ପାନୀ UIDAI ଆଧାର ଡାଉନଲୋଡ୍ କରିବା ପାଇଁ ନିୟମରେ କିଛି ପରିବର୍ତ୍ତନ କରିଛି । ତେବେ ଆସନ୍ତୁ ଜାଣିବା ପଞ୍ଜୀକୃତ ଫୋନ୍ ନମ୍ବର ବିନା ଆଧାର କିପରି ଡାଉନଲୋଡ୍ ହୋଇପାରିବ (Aaadhar Download Without Registered Mobile Number)-

ପଞ୍ଜୀକୃତ ମୋବାଇଲ୍ ନମ୍ବର ବିନା ଏହିପରି ଆଧାର କାର୍ଡ ଡାଉନଲୋଡ୍ କରନ୍ତୁ 

ଷ୍ଟେପ୍ ୧- ପ୍ରଥମେ ଆପଣ UIDAI ର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ ।

ଷ୍ଟେପ୍ ୨- ଏହା ପରେ My Aadhaar କୁ ଯାଆନ୍ତୁ । ଏହା ପରେ ଆପଣଙ୍କ ସାମ୍ନାରେ ଏକ ଡ୍ରପ୍ ଡାଉନ୍ ମେନୁ ଖୋଲିବ ।

ଷ୍ଟେପ୍ ୩- ଏହା ପରେ ଆପଣ 'Order Aadhaar Reprint' ବିକଳ୍ପ ଚୟନ କରନ୍ତୁ ।

ଷ୍ଟେପ୍ ୪- ଏହା ପରେ ଆପଣ ୧୨ ନମ୍ବରର ଆପଣଙ୍କର ଭର୍ଚୁଆଲ୍ ଆଇଡେଣ୍ଟିଫିକେସନ୍ ନମ୍ବର (VID) ପ୍ରବେଶ କରନ୍ତି ।

ଷ୍ଟେପ୍ ୫- ତାପରେ ଆପଣଙ୍କୁ Security Code ପ୍ରବେଶ କରିବାକୁ ପଡିବ ।

ଷ୍ଟେପ୍ ୬- ତାପରେ ଆପଣଙ୍କୁ 'My Mobile number is not registered' ବିକଳ୍ପ ଚୟନ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନକୁ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଭେନୁଗୋପାଲଙ୍କ ଘୋଷଣାରୁ କାହା ପାଇଁ ଟେନସନ୍ ଓ କାହା ପାଇଁ ଖୁସି ଖବର

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ଏହି ପାକିସ୍ତାନ ଖେଳାଳିଙ୍କୁ ପଛରେ ପକାଇ ରଚିଲେ ଇତିହାସ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ନାମରେ କଲେ ଡବଲ ରେକର୍ଡ

ଅଧିକ ପଢ଼ନ୍ତୁ:-ଚାଷୀଙ୍କୁ ମିଳିବ ୩୬୦୦୦ ଟଙ୍କା, ଆଜି ହିଁ ପଞ୍ଜିକରଣ କରି ମାଗଣାରେ ଉଠାନ୍ତୁ 'ମାନଧନ ଯୋଜନା'ର ଲାଭ

 

ଷ୍ଟେପ୍ ୭- ଏହା ପରେ ଆପଣ alternative number କିମ୍ବା non-registered ବିକଳ୍ପରେ ମୋବାଇଲ୍ ନମ୍ବର ପ୍ରବେଶ କରିପାରିବେ ।

ଷ୍ଟେପ୍ ୮- ଏହା ପରେ ଆପଣ 'Send OTP' ଉପରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍ ୯- ଏହା ପରେ ଆପଣ 'ସର୍ତ୍ତାବଳୀ ଏବଂ ଚୁକ୍ତିନାମା' ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ ଏବଂ ଶେଷରେ Submit କରନ୍ତୁ । ଏହା ପରେ ଆପଣ OTP ଭେରିଫାଇ କରନ୍ତୁ ଯାହା ଆପଣଙ୍କୁ ନୂତନ ପୃଷ୍ଠାକୁ ପୁନଃ ପଠାଇଦେବ ।

ଷ୍ଟେପ୍ ୧୦- ଏହା ପରେ ଆଧାର ରିପ୍ରିଣ୍ଟ କରିବା ପୂର୍ବରୁ ଆପଣ  'Preview Aadhaar Letter' ସ୍କ୍ରୀନରେ ଦେଖନ୍ତୁ । ଏହା ପରେ ସମସ୍ତ ବିବରଣୀ ଯାଞ୍ଚ କରିବା ପରେ ଆପଣ ଏହାକୁ PDF ଭାବରେ ଡାଉନଲୋଡ୍ କରିପାରିବେ । ଏହା ପରେ ଆପଣ ନିଜର ଡିଜିଟାଲ୍ ସାଇନ୍ ଜମା କରନ୍ତୁ ।

ଷ୍ଟେପ୍ ୧୧- ଶେଷରେ ଆପଣଙ୍କୁ SMS ମାଧ୍ୟମରେ ସର୍ଭିସ ରିକ୍ୱେଷ୍ଟ ନମ୍ବର ମିଳିବ । ଆପଣ ଆଧାର କାର୍ଡ ନ ପାଇବା ପର୍ଯ୍ୟନ୍ତ ଆପଣ ଏହାକୁ ଟ୍ରାକ୍ କରିପାରିବେ ।

Trending news